Mission

କବିତା ଝଙ୍କାର ଗୋଟେ ବନ୍ଧୁ ଭାବରେ ଆପଣ ମାନଙ୍କ ସହ ଯୋଡି ହୋଇ ରହିଛି l ଆପଣମାନଙ୍କ ସାହିତ୍ୟିକ ଓ କଳା ପ୍ରତିଭା କୁ ବିକଶିତ କରିବା ସହିତ ରାଜ୍ୟ, ଦେଶ ତଥା ଦେଶ ବାହାରେ ସାହିତ୍ୟ ପ୍ରେମୀ ଙ୍କ ନିକଟରେ ପହଞ୍ଚାଇବା ଆମର ପ୍ରୟାସ । ଆମ ସାହିତ୍ୟିକ ଅନୁଷ୍ଠାନ କବିତା ଝଙ୍କାର ର ମୁଖ୍ୟ ଲକ୍ଷ୍ୟ ହେଉଛି ବହୁ ପ୍ରତିଭା ଲୁକ୍କାୟିତ ଅବସ୍ଥାରେ ଅଛନ୍ତି, ସେମାନଙ୍କୁ ଓ ସେମାନଙ୍କ ପ୍ରତିଭା କୁ ଲୋକଲୋଚନକୁ ଆଣିବା l ଗ୍ରାମ୍ୟଞ୍ଚଳରେ ରହୁ ଥିବା ବହୁ ପ୍ରତିଭାଧିକାରୀର ପ୍ରତିଭା ବଣମଲ୍ଲୀ ଭାବରେ ଝଡି ପଡୁଛି ଯାହାର ମହକ ଓଡିଶାର କୋଣ ଅନୁକୋଣେ ଥିବା ସାହିତ୍ୟ ତଥା କଳା ପ୍ରେମୀ ମାନଙ୍କ ପାଖରେ ପହଞ୍ଚିବା ପାଇଁ ଅସମର୍ଥ , ସେହି ପ୍ରତିଭା ଗୁଡିକୁ ଆମ୍ଭେ ନିଜ ଅନୁଷ୍ଠାନ ମାଧ୍ୟମରେ ପରିଚିତ କରାଇବା ପାଇଁ ସର୍ବଦା ଚେଷ୍ଟିତ। ଆମର ୱେବ ପର୍ଟାଲ www.kabitajhankar.com ନିଜ ପ୍ରତିଭା କୁ ବିଶ୍ଵ ଦରବାରରେ ପରିଚିତ କରାଇପାରିବ ବୋଲି ଆଶା ଓ ବିଶ୍ବାସ ।।

%d bloggers like this: